ଓଡ଼ିଶାରେ ଆରମ୍ଭ ହେବ ଆହାର ୨.୨

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଆହାର ୨.୨ ଯୋଜନା, ଯାହା ମାଧ୍ୟମରେ ଗରିବ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ।  ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ ଆହାର ନୋଡାଲ ଅଫିସର ଓ ଟିମ୍।

ଖାଦ୍ୟର ମାନ କିପରି ରହିଛି ଓ ପରିଷ୍କାର ପରିଛନ୍ନତା ନେଇ ଯାଞ୍ଚ କରିଛନ୍ତି । ମୁଖ୍ୟତଃ ଯେଉଁମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କର ଅସୁବିଧା ଓ ଆଵଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।ଏହି ସମ୍ପର୍କରେ ନୋଡାଲ ଅଫିସର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ବିଭାଗ ରିଭିୟୁ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଲେ ଏନେଇ କାର୍ଯ୍ୟ ହେବ। ସେହିପରି ଯେଉଁ ଏସଏଚଜି ମହିଳାମାନେ ଆହାର କେନ୍ଦ୍ର ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ମୁନିସିପାଲଟିମାନେ ଟଙ୍କା ପୈଠ କରୁଛନ୍ତି । ପ୍ରତ୍ୟକ ମାସ ୭ ତାରିଖ ସୁଦ୍ଧା ସେମାନଙ୍କ ଟଙ୍କା ପୈଠ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି ।

Related Articles

Back to top button