କଣ୍ଟେଇମୁଣ୍ଡି ବାଇଗରକୁ ଜିଆଇ ଟ୍ୟାଗ୍ ମାନ୍ୟତା

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଭୌଗୋଳିକ ସଙ୍କେତ ବା ଜିଆଇ ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଞ୍ଚଳରେ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ ହୋଇଥାଏ। ଜିଲାରେ ଫଳୁଥିବା ଏହି ସ୍ୱତନ୍ତ୍ର କିସମର ବାଇଗଣକୁ ଜିଆଇ ଟ୍ୟାଗ ଦେବା ପାଇଁ ଜିଲା ପ୍ରଶାସନ ଆବେଦନ କରିଥିଲା। ଏହି ବାଇଗଣ ଅନ୍ୟ ବାଇଗଣ ଠାରୁ ସ୍ବତନ୍ତ୍ର ହୋଇଥିବାବେଳେ ଏହାର ସ୍ବାଦ ଭଲ ରହିବା ସହ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ପରିମାଣରେ ରହିଛି। ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ମିଳିତ ଉଦ୍ୟମରେ ଜିଆଇ ଟ୍ୟାଗ୍ ପାଇଁ ଦରଖାସ୍ତ କରାଯାଇଥିଲା। ଗତ ଜାନୁଆରି ମାସ ୨ ତାରିଖରେ ପ୍ରଥମେ ମାନ୍ୟତା ପ୍ରଦାନ ନେଇ ଘୋଷଣା କରାଯାଇଥିବା ବେଳେ ଏବେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଚେନ୍ନାଇସ୍ଥିତ କାର୍ୟ୍ୟା ଳୟ ପକ୍ଷରୁ ବାଣପୁର ନୀଳମାଧବ କୃଷି ସଂଗଠନକୁ ଏହି ସାର୍ଟିଫିକେଟ୍ ମିଳିଛି। ଏହି ସୂଚନା ମିଳିବା ପରେ କଣ୍ଟିଲୋ, ଖଣ୍ଡପଡ଼ା ଓ ନୟାଗଡ଼ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Related Articles

Back to top button