ଭାରତ ଏସୀୟ କ୍ରୀଡ଼ାରେ ଭାରତ ଇତିହାସ ରଚିଛି

ଭାରତ ଏସୀୟ କ୍ରୀଡ଼ାରେ ଭାରତ ଇତିହାସ ରଚିଛି । ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । ଦେଶର ପଦକ ସଂଖ୍ୟା ଶତକରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା କବାଡି ଟିମ୍‌ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ପଦକ ସଂଖ୍ୟା ଶତକରେ ପହଞ୍ଚିବାକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଏହି ସଫଳତାରେ ପୂରା ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚୀନର ହାଙ୍ଗଝୌରେ ଖେଳା ଯାଉଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତର ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । କବାଡିରେ ସ୍ୱର୍ଣ୍ଣ ସହ ଭାରତ ଏସିଆନ୍ ଗେମ୍ସ ଯାତ୍ରାରେ ଇତିହାସ ସୃଷ୍ଟି କରିଛି । ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରତିଯୋଗୀଙ୍କୁ ଭେଟି ସମ୍ବୋଧିତ କରିବେ ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିଟି ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମକୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତୀୟ ଖେଳାଳି ଏସିଆନ ଗେମ୍ସ ୨୦୨୩ରେ ୧୦୦ ପଦକ ଜିତି ଇତିହାସ ରଚିଛନ୍ତି । ଏଥିରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ରହିଛି । କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଏହି ତାଲିକାରେ ଚୀନ ପ୍ରଥମ ସ୍ଥାନରେ ରହିଛି । ଚୀନ ଏପର୍ଯ୍ୟନ୍ତ ୩୫୬ ମେଡାଲ ଜିତିଛି ।

Related Articles

Back to top button