୨ରୁ ୩ ଦିନ ଭିତରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଆସନ୍ତା ୨ରୁ ୩ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଯିବ । ରାଜ୍ୟର କିଛି ସ୍ଥାନରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇଛି । ୭ ଓ ୮ରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ କାଁ ଭାଁ ବର୍ଷାର ସମ୍ଭାବନା ରହିଛି । ବାକି ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖୁଲା ରହିବ । ସେହିପରି ୮ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଆଦି ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ କୋରାପୁଟ ଲମତାପୁଟରେ ଶୀତର ଲହରୀ ଆରମ୍ଭ । ୧୫ ଡିଗ୍ରୀ ତଳେ ରହୁଛି । ବର୍ଷା କମିବା ପରେ ଶୀତ ଆରମ୍ଭ ହୋଇଛି । ଶୀତ ଆରମ୍ଭରୁ କୁହୁଡି ସକାଳ ୮ଟା ପର୍ଯ୍ୟନ୍ତ ରହୁଛି । ଗାଡି ମଟର ଯାତାୟାତ ପାଇଁ ବିଭିନ୍ନ ସମସ୍ୟା ଉପୁଜିଥିବା ବେଳେ ରାସ୍ତାଘାଟ ଶୂନଶାନ ରହୁଛି । କଅଁଳି ଖରା ପଡିବା ସଙ୍ଗେ ସମସ୍ତେ ଖରା ପୁଇଁବା ପାଇଁ ବାହାରକୁ ଆସୁଛନ୍ତି । ଜିଲ୍ଲାର ଲମତାପୁଟ ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ହାଲକା କୁହୁଡ଼ି ସାଙ୍ଗକୁ ଶୀତ ଅନୁଭୂତ ହେଉଛି ।

Related Articles

Back to top button