ଗଣତନ୍ତ୍ରରେ, ପ୍ରତ୍ୟେକ ଭୋଟ ମୂଲ୍ୟବାନ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ : ମୋଦୀ

ଦେଶର ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଆସନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ଏଥର ଭୋଟ ଦେଇ ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ନିଜ ସୋସିଆଲ ମିଡ଼ିଆ X ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆଜିଠାରୁ ଆରମ୍ଭ ହେଉଛି । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ସମସ୍ତ ଆସନଗୁଡିକର ଭୋଟରମାନଙ୍କୁ ସେମାନଙ୍କର ମତ ସାବ୍ୟସ୍ତ କରିବାକୁ କହିବା ସହ ଏକ ନୂତନ ଭୋଟ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି । ଯୁବପିଢ଼ିଙ୍କୁ ନିବେଦନ କରି ନରେନ୍ଦ୍ର ମୋଦି କହିଛନ୍ତି ଯେଉଁ ଯୁବ ବନ୍ଧୁମାନେ ପ୍ରଥମ ଥର ଭୋଟ ଦେବାକୁ ଯାଉଛନ୍ତି, ସେମାନେ ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ । ଗଣତନ୍ତ୍ରରେ, ପ୍ରତ୍ୟେକ ଭୋଟ ମୂଲ୍ୟବାନ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ।

Related Articles

Back to top button