ବନ୍ୟା ପାଇଁ ପୁରୀ ଜିଲାରେ ୨ ଦିନ ସ୍କୁଲ ଛୁଟି

ପୁରୀ: ବନ୍ୟା ପରିସ୍ଥିତି ପାଇଁ ପୁରୀ ଜିଲାରେ ୨ ଦିନ ଲାଗି ସ୍କୁଲ ଛୁଟି । ୧୭ ତାରିଖ ଏବଂ ୧୮ ତାରିଖ ଦୁଇ ଦିନ ସ୍କୁଲ ଛୁଟି ରହିବ ବୋଲି ଜିଲାପାଳ ସମର୍ଥ ବର୍ମା ଘୋଷଣା କରିଛନ୍ତି। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି।

କହିରଖୁଛୁ, ଜିଲାର ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ପସିଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁଶଭଦ୍ରା ସହ କିଛି ନଦୀରେ ଘାଇ ହୋଇଥିବାରୁ ଅନେକ ଗାଁ ପ୍ରଭାବିତ ହୋଇଛି। ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Related Articles

Back to top button