ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ଅଫ୍‌ ମାର୍କ ତାଲିକା: ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଶୀର୍ଷରେ ରେଭେନ୍ସା କଟ୍‌ଅଫ୍‌ ମାର୍କ

ଭୁବନେଶ୍ୱର: ଯୁକ୍ତ୨ ନାମଲେଖା ପାଇଁ କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ କଳା ବିଭାଗରେ କୃଷ୍ଣପ୍ରସାଦ ଶୀର୍ଷରେ ରହିଛି। ରେଭେନ୍ସାରେ ବିଜ୍ଞାନରେ ସାଧାରଣ ବର୍ଗଙ୍କ ନାମଲେଖା ପାଇଁ ୯୪.୩୩% କଟ୍‌ଅଫ୍‌ ମାର୍କ ରହିଛି। ସେହିପରି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ସ୍କୁଲ ଦ୍ୱିତୀୟ, ୯୩% କଟଅଫ ସହ ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି।

ବାଣିଜ୍ୟରେ ରେଭେନ୍ସାର ନାମଲେଖା ପାଇଁ ୮୪.୧୭% କଟ୍‌ଅଫ୍‌ ମାର୍କ ରହିଛି। ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୮୦.୬୭% ସହ ୨ୟ ସ୍ଥାନରେ ଓ ୭୯.୮୩% ମାର୍କ ସହ ବିଜେବି କଲେଜ ତୃତୀୟରେ ରହିଛି। ସେହିଭଳି କଳାରେ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଶୀର୍ଷ ସ୍ଥାନରେ ରହିବା ସହ ଏଠାରେ ୮୩.୫୦% କଟ୍‌ଅଫ୍‌ ମାର୍କ ରହିଛି। ରେଭେନ୍ସା ୮୩.୩୩% କଟ୍‌ଅଫ୍‌ ମାର୍କ ସହ ୨ୟ ସ୍ଥାନରେ ଓ ନରସିଂହପୁର କଲେଜ ୮୩.୧୭% କଟ୍‌ଅଫ୍‌ ମାର୍କ ସହ ୩ୟ ସ୍ଥାନରେ ରହିଛି।

ଆସନ୍ତା ୧୯ ତାରିଖରୁ ୨୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଫାଷ୍ଟମେରିଟ ଅନ୍ତର୍ଗତ ନାମଲେଖା ପ୍ରକ୍ରିୟା ଚାଲିବା ଧାର୍ଯ୍ୟ ହୋଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସମ୍ପ୍ରତି ରାଜ୍ୟରେ ବନ୍ୟାସ୍ଥିତି ଯୋଗୁ ନାମଲେଖା ଅବଧି ବୃଦ୍ଧି ପାଇଁ ସରକାରଙ୍କ ଅନୁମତି ଲୋଡାଯାଇଥିବା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Related Articles

Back to top button