ପିପିଲିରେ ନାଲି ପିମ୍ପୁଡ଼ି ଭୟରେ ଗାଁ ଛାଡ଼ିଲେ ୩ ପରିବାର, ଗୋଡରେ ପଲିଥିନ୍‌ ବାନ୍ଧି ଲୋକେ ବାହାରକୁ ବାହାରୁଛନ୍ତି

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର ବ୍ରାହ୍ମଣ ଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ସେମାନେ ହେଲେ କୁମୁଦ ଦାସ, ରେଣୁବାଳା ଦାସ, ଦେବେନ୍ଦ୍ର ଦାସ। ଗ୍ରାମରେ ପିମ୍ପୁଡ଼ିଙ୍କ ଆତଙ୍କ ଏତେ ବଢିଯାଇଥିବାରୁ ଗ୍ରାମବାସୀ ଅତିଶୟ ହୋଇପଡିଲେଣି। ଘର, ରାସ୍ତା, ରୋଷେଇ ଘର, ଶୋଇବା ଘର ସବୁଆଡେ ନାଲି ପିମ୍ପୁଡ଼ି ହେବାରୁ ଲୋକେ ଏବଂ ପିଲାମାନେ ବହୁ ହଇରାଣ ହେଉଛନ୍ତି। ଘରେ ଶୋଇବାକୁ ମଧ୍ୟ କଷ୍ଟକର ହୋଇପଡିଲାଣି।

ଗ୍ରାମକୁ କେହି ଆସୁ ନ ଥିବାବେଳେ ଲୋକେ ଗୋଡରେ ପଲିଥିନ୍‌ ବାନ୍ଧି ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କଣ୍ଟିଆ ଗ୍ରାମର ସ୍ବାସ୍ଥ୍ୟକର୍ମୀ ସୁରେଶ ପ୍ରଧାନ ଏକ ଟିମ୍‌ ସହ ଗ୍ରାମରେ ପହଞ୍ଚି ପିମ୍ପୁଡ଼ି କାମୁଡିଥିବା ଲୋକମାନଙ୍କୁ ଅଏଣ୍ଟମେଣ୍ଟ ଦେଇ ସତର୍କ କରାଇଛନ୍ତି। ଏଥିସହ ସୋମବାର ପୁଣି ଆସି ଅଏଣ୍ଟମେଣ୍ଟ ଯୋଗାଇବେ ବୋଲି କହିଛନ୍ତି। ପ୍ରଶାସନ ଯଦି ଏହି ସମସ୍ୟାର ପ୍ରତିକାର ନ କରନ୍ତି, ତେବେ ସମୂହ ଗ୍ରାମବାସୀ ଗାଁ ଛାଡିବାକୁ ବାଧ୍ୟ ହେବେ ବୋଲି ୱାର୍ଡ ସଭ୍ୟ ରାଜ ପ୍ରସାଦ ଦାଶ ପ୍ରକାଶ କରିଛନ୍ତି।

Related Articles

Back to top button