ପାକିସ୍ତାନ ବନ୍ୟାରେ ୧୩ଶହରୁ ଅଧିକ ମୃତ, ୧୨.୫ ଅରବ ଡଲାର କ୍ଷତି

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ଏବେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ବର୍ଷା ଓ ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବନ୍ୟା ଫଳରେ ଏବେ ସେଠାରେ ମାହମାରୀ ବ୍ୟାପିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏହାକୁ ରୋକିବାକୁ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଏହାସହ ବନ୍ୟା ପାକିସ୍ତାନର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଯାଇଛି । ଚଳିତ ବର୍ଷ ବନ୍ୟାରେ ପାକିସ୍ତାନରେ ୧୨.୫ ଅରବ ଡଲାରର କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
ପାକିସ୍ତାନରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ହଜାର ହଜାର ଲୋକ ଏବେ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି । ପାକସ୍ତାନର ସ୍ଥିତି ଏମିତି ହୋଇଛି ଯେ ଦେଶର ଏକ ତୃତିୟାଂଶ ବନ୍ୟାର କରାଳ କବଳରେ ଫସି ଯାଇଛି । ଏବେ ବନ୍ୟା ପୀଡ଼ତଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟି ଯାଇଛି । ସିନ୍ଧ ଅଞ୍ଚଳ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ନିକଟରେ ଖାଦ୍ୟ ପାନୀୟ ସଙ୍କଟ ଉତ୍କଟ ହୋଇ ଯାଇଛି । ଏଥିପାଇଁ ସରକାର ଅନ୍ତର୍ଜାତୀୟ ସହାୟତା ଲୋଡିଛନ୍ତି ।

Related Articles

Back to top button