ନବୀନଙ୍କ ମନ୍ତ୍ରୀମଣ୍ଡଳର ହେଲା ନବକଳେବର; ଜାଣନ୍ତୁ କହାକୁ ମିଳିଲା କେଉଁ ଦାୟିତ୍ଵ…

ଭୁବନେଶ୍ଵର: ସୋମବାର ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ପ୍ରସାଦ ନାୟକ ଶପଥ ଗ୍ରହଣ କରିଛନ୍ତି । ଏହାପରେ ୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ୱ, ସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଓ ସାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ମିଳିଛି।

ଶପଥ ଗ୍ରହଣ ସମାରୋହରେ ପ୍ରଥମେ ବିକ୍ରମ କେଶରୀ ଆରୁଖ ଶପଥ ନେଇଥିଲେ। ପରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ସୁଦାମ ମାର୍ଣ୍ଡି । ତୃତୀୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସାରଦା ପ୍ରସାଦ ନାୟକ । ରାଜ୍ୟପାଳ ପ୍ରପେସର ଗଣେଶୀ ଲାଲ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Related Articles

Back to top button