ଗଞ୍ଜାମରେ ୩୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାହାର ରାଜ୍ୟ ଓ ଜିଲାରୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗଞ୍ଜାମ ଆସୁଥିବାରୁ ସଂଖ୍ୟା ବଢ଼ୁଛି। ଗୁରୁବାର ଦିନକରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବି.ନୂଆପଲ୍ଲୀର ଜଣେ ଯୁବକ ହାଇଦ୍ରାବାଦରେ କାମ କରୁଥିଲେ। ସେ ଜ୍ୱରରେ ଆକ୍ରାନ୍ତ ହୋଇ ଗାଁକୁ ଫେରିଥିଲେ। ଜ୍ୱର ନ କମିବାରୁ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଛି। ସେହିପରି ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ଯୁବକ ଜଣକ ଭୁବନେଶ୍ୱରରେ ଜ୍ୱରରେ ଆକ୍ରାନ୍ତ ହୋଇ ଫେରିଥିଲେ। ତୃତୀୟ ଆକ୍ରାନ୍ତ ଜଣକ ଗଜପତି ଜିଲା ମୋହନା ବ୍ଲକରେ ଶିକ୍ଷକତା କରନ୍ତି। ତାଙ୍କୁ ଜ୍ୱର ହେବାରୁ ବ୍ରହ୍ମପୁର ନିଳାଦ୍ରୀବିହାରସ୍ଥିତ ଘରକୁ ଫେରିଥିଲେ। ଏହି ୩ ଜଣଙ୍କୁ ମିଶାଇ ଜିଲାରେ ମୋଟ ୩୮ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ୩ ଡେଙ୍ଗୁ ଆକ୍ରାନ୍ତ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।

Related Articles

Back to top button