
ହୀରାକୁଦରେ ଖୋଲିଲା ଆଉ ୫ ଗେଟ୍, ମୋଟ ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଭୁବନେଶ୍ୱର,୧୬।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏ ନେଇ ଆଉ ୫ଟି ଗେଟ୍ ଖୋଲାଯାଇଛି। ଏହାକୁ ମିଶାଇ ମୋଟ ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ରାତି ୯ଟା ସୁଦ୍ଧା ଆଉ ୯ଟି ଗେଟ୍ ଖୋଲିବାର ସମ୍ଭାବନା ରହିଛି । ତେବେ ହୀରାକୁଦ ଜଳ ଭଣ୍ଡାରର ମୋଟ ୪୦ଟି ଗେଟ୍ ଖୋଲିବା ନେଇ ସୂଚନା ରହିଛି ।