ମହାନଦୀ ନିକଟରୁ ୮ ଫୁଟର ମୃତ କୁମ୍ଭୀର ଉଦ୍ଧାର

ସମ୍ବଲପୁର: ମହାନଦୀର ନୂଆପଡ଼ା ଘାଟ ବେଳାଭୂମୀରେ ଆଜି ଏକ କୁମ୍ଭୀରର ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ପୁଲିସ ଓ ବନବିଭାଗ କର୍ମଚାରୀମାନେ ଜିପିଏସ୍‌ ଟ୍ରାକର ସାହାଯ୍ୟରେ କୁମ୍ଭୀରର ମୃତ ଦେହକୁ ଖୋଜି ସ୍ଥାନୀୟ ବୋଟ ସାହଯ୍ୟରେ ତାର ମୃତ ଦେହକୁ ଉଦ୍ଧାର କରିଥିଲେ।

ତେବେ ମୃତ କୁମ୍ଭୀର ଦେହରୁ ଜବତ ହୋଇଥିବା ଟ୍ରାକର ଅନୁସାରେ କୁମ୍ଭୀରଟି ସାତକୋଶିଆ ପ୍ରାଣୀ ଉଦ୍ୟାନର। ମୃତ ଦେହକୁ ଅବଶେଷ ପାଇଁ ପଠାଯାଇଥିବା ସୂଚନା ଦିଆଯାଇଛି।

Related Articles

Back to top button