ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡିଲା, ୧୫ ଫୁଟ୍‌ର ଗାତ ସୃଷ୍ଟି ହୋଇଛି

ଧର୍ମଗଡ଼ : ଭାଙ୍ଗିଲା ଧର୍ମଗଡ଼-ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଯାହାଫଳରେ ଶହ ଶହ ଏକର ଚାଷ ଜମି ଏବେ ଜଳ ମଗ୍ନ ହୋଇଛି । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରବତୀ ବାମ ମୁଖ୍ୟ କେନାଲ ସର୍ଗିଗୁଡ଼ା ପଞ୍ଚାୟତ ପ୍ରଜାନାଗଫେଣି ଡଙ୍ଗରିପଡ଼ା ନିକଟରେ ଭୁଶୁଡିଛି ।

ଖବର ଅନୁଯାୟୀ, ଦୁଇ ଦିନ ହେଲା ଅଞ୍ଚଳରେ ଲାଗି ରହିଛି ବର୍ଷା । ଯାହାଫଳରେ କେନାଲରେ ପ୍ରବଳ ମାତ୍ରାରେ ପାଣି ପ୍ରବାହ ହେଉଛି । ଏପିରିକି କେନାଲରେ ପୂର୍ବରୁ ଥିବା ଏକ ଗାତରେ ପାଣି ପଶିବା ଦ୍ୱାରା ୧୫ ଫୁଟ୍‌ର ଗାତ ସୃଷ୍ଟି ହୋଇଛି ।

ତେବେ ଏଠାରେ ବହୁ ଦିନରୁ କେନାଲ ବନ୍ଧ ଦୁର୍ବଳ ହେବା ସହ ପାଣି ଝରୁଥିଲା । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l କେନାଲ ବନ୍ଧ ଭାଙ୍ଗିବା ଦ୍ୱାରା ଘରେ ଘରେ ପାଣି ପଶିଛି । ଏହାସହ ଶହ ଶହ ହେକ୍ଟର ଜମି ଏବେ ଜଳମଗ୍ନ । ଏପର୍ଯ୍ୟନ୍ତ କୌଣସି ବିଭାଗୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି ।

Related Articles

Back to top button