ସୂର୍ଯ୍ୟକିରଣ ଶୋ’ ପୂର୍ବରୁ ଗ୍ରାଉଣ୍ଡ ସ୍ଥିତି ପରଖିଲେ ପୋଲିସ କମିଶନର ଏବଂ ଡିସିପି

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଆରମ୍ଭ। ଏଥିପାଇଁ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଏବଂ ଡିସିପି। ପ୍ରଦର୍ଶନୀ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ତାର ଯାଞ୍ଚ କରାଯାଉଛି।

ତେବେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ସୋମବାର ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ। N-32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍‌ । ୧୩ ତାରିଖରେ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଆସିବ। ଏହି ସୋ’ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ।

Related Articles

Back to top button