ଭଦ୍ରକ ଧାମନଗରରେ ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଅଟୋ, ୮ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ପଳିକିରୀ ଛକ ନିକଟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଏଥିରେ ଯାଉଥିବା ପ୍ରାୟ ୧୦ରୁ୧୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲକୁ ନେଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଧାମନଗର ଛକ ନିକଟସ୍ଥ ଏକ ଶିଶୁ ମନ୍ଦିରରୁ ଛାତ୍ରଛାତ୍ରୀମାନେ ପାଠପଢ଼ା ସାରି ଏକ ଅଟୋରେ ଘରକୁ ଫେରୁଥିଲେ । ଏହି ସମୟରେ ଧାମନଗର ମୁଖ୍ୟ ରାସ୍ତାର ପଳିକିରୀ ଛକ ନିକଟରେ ରାସ୍ତା କଡରେ ପଡିଥିବା ଇଟାକୁ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଛାତ୍ରଛାତ୍ରୀ ଆହତ ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି।

Related Articles

Back to top button