
ଚୋରା ଚାଲାଣ ସମୟରେ ୮୭ କଇଁଛ ଉଦ୍ଧାର କଲା ବନ ବିଭାଗ, ଜଣେ ଗିରଫ
ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗର ୫ ଜଣିଆ ଟିମ୍ ରାଜଘାଟ ନାକା ପଏଣ୍ଟ ନିକଟରେ ଚଢ଼ାଉ କରିଥିଲା। ବାଇକ୍ ଯୋଗେ ବସ୍ତାରେ ପ୍ୟାକିଂ କରି ପଶ୍ଚିମବଙ୍ଗ ଚାଲାଣ ବେଳେ ଜଣେ ଯୁବକଙ୍କୁ ଗିରଫ ସହିତ ୮୭ଟି କଇଁଛ ଉଦ୍ଧାର କରିଛି ଟିମ୍। ଗିରଫ ଯୁବକଙ୍କ ଘର ପଶ୍ଚିମବଙ୍ଗ କୋଡ଼ିଆ ଗ୍ରାମର ଦେବବ୍ରତ ଦେ ବୋଲି ଜଣାପଡ଼ିଛି।