ପ୍ରକାଶ ରାଜ୍ ଦୋହରାଇଲେ ଉଦୟନିଧିଙ୍କ ବୟାନ

ନିଜ ମନ୍ତବ୍ୟକୁ  ସାଉଥ୍ ଷ୍ଟାର ପ୍ରକାଶ ରାଜ ପୁଣି ବିବାଦୀୟ ହୋଇପଡିଛନ୍ତି । ସେ ସନାତନ ଧର୍ମକୁ ନେଇ ଉଦୟନିଧିଙ୍କ ବୟାନକୁ ଦୋହରାଇଛନ୍ତି ।

ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଦେଇଥିବା ବିବାଦୀୟ ବୟାନ ବିବାଦ ଥମିବାର ନାଁ ନେଉନି । ସନାତନକୁ ‘ତନାତନ’ କହିବା ସହ ଏହାକୁ ଡେଙ୍ଗୁ ଜ୍ୱର ସହ ତୁଳନା କରିଛନ୍ତି । ଏହାର ମୂଳୋତ୍ପାଟନ ଜରୁରୀ ବୋଲି କହିଛନ୍ତି ପ୍ରକାଶ ରାଜ୍ ।

କଲବୁର୍ଗୀରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରୁଥିବା ସମୟରେ ପ୍ରକାଶ କହିଥିଲେ ‘ ଛୁଆଁଛୁତିର ମାନସିକତା ଏବେବି ରହିଛି । ଏହି କ୍ରମରେ କର୍ଣ୍ଣାଟକରେ ଜଣେ ବସ୍ କଣ୍ଡକ୍ଟରଙ୍କ ପ୍ରସଙ୍ଗ ଉଠାଇଥିଲେ । କଣ୍ଡକ୍ଟର ଜଣକ ମୁସଲିମ୍ ଥିବାରୁ ନିଜ ଧାର୍ମିକ ଟୋପି ପିନ୍ଧିଥିଲେ । କିନ୍ତୁ ଜଣେ ମହିଳା ଯାତ୍ରୀ ତାଙ୍କ ଟୋପି କାଢିବାକୁ କହିଥିଲେ, ଯାହା ଏକ ମୌଳିକ ଅଧିକାରକୁ କୁଠାରଘାତ କରିଥିଲା ।

କେବଳ ଏତିକି ନୁହେଁ ବିଭିନ୍ନ ସ୍ଥାନରେ ଧାର୍ମିକ ଶ୍ରୀରାମ ଶୋଭାଯାତ୍ରାରେ ହେଉଥିବା ହିଂସା ପ୍ରସଙ୍ଗ ମଧ୍ୟ ଉତଥାପନ କରିଥିଲେ ପ୍ରକାଶ ରାଜ୍ । କହିଥିଲେ ‘ ଶ୍ରୀରାମ ଶୋଭାଯାତ୍ରାରେ ୧୮/ ୨୦ ବର୍ଷର ଯୁବକଙ୍କୁ ହାତରେ ଛୁରା ତଲୱାର ଧରି ଯିବାର ଦେଖାଯାଉଛି, ଯେଉଁ ବୟସରେ ନିଜକୁ ଯୋଗ୍ୟ କରିବା କଥା, ନିଜ ସ୍ୱପ୍ନକୁ ପୂରଣ କରିବା କଥା ସେ ବୟସରେ ଏମାନଙ୍କ ହାତରେ ହତିଆର ଦେଖାଯାଉଛି । ଏଠାରେ ୮ ବର୍ଷର ଶିଶୁକୁ ମଧ୍ୟ ଧର୍ମ ସହ ଯୋଡାଯାଉଛି । ତେଣୁ ଡେଙ୍ଗୁ ଜ୍ୱର ଭଳି ଏହି ଧର୍ମର ମଧ୍ୟ ମୂଳୋତ୍ପାଟନ କରାଯିବା ଜରୁରୀ’ ।

ପ୍ରକାଶ ରାଜଙ୍କ ଏଭଳି ବୟାନ ପରେ ବିରୋଧ କରିଛନ୍ତି ହିନ୍ଦୁ ସଙ୍ଗଠନ । କଲବୁର୍ଗୀରେ ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତାମାନେ କଳାପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିବା ସହ ପ୍ରକାଶ ରାଜଙ୍କ ବିରୋଧରେ ନାରାବାଜି କରିଥିଲେ ।

Related Articles

Back to top button