
ରାଜ୍ୟରେ ସବୁ ଅଙ୍ଗନବାଡି ଏବେ ସକାଳୁଆ ଖୋଲିବ।
ରାଜ୍ୟରେ ସବୁ ଅଙ୍ଗନବାଡି ଏବେ ସକାଳୁଆ ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳୁଆ କରିବା ପାଇଁ ନିଷ୍ପତି ନେଇଛନ୍ତି। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ପର୍ଯ୍ୟନ୍ତ ଅଙ୍ଗନବାଡି ଖୋଲିବ। ଆଗକୁ ରାଜ୍ୟରେ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ପରେ ଏହି ଘୋଷଣା କରାଯାଇଛି। ଏବେ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ବେଳେ ଆଗକୁ ତାପମାତ୍ରା ଆହୁରି ବଢିବ। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ସ୍କୁଲ ଗୁଡିକ ସକାଳୁଆ କରାଯାଇଥିବା ବେଳେ ଏବେ ଅଙ୍ଗନବାଡି ମଧ୍ୟ ସକାଳୁଆ ହେବ।