‘ଓଡ଼ିଶା ଏଫ୍‌ସି’ର ଫୁଟବଲ କିଟ୍‌ ଉନ୍ମୋଚିତ: ଏଥର ସ୍ଲୋଗାନ ରହିଛି ‘ଆମ ଟିମ୍ ଆମ ଗେମ୍’

ଭୁବନେଶ୍ୱର: ଉନ୍ମୋଚିତ ହେଲା ଓଡ଼ିଶା ଏଫସିର ଫୁଟବଲ କୀଟ। ଏହାର ସ୍ଲୋଗାନ ରହିଛି ‘ଆମ ଟିମ୍ ଆମ ଗେମ୍’। ଭୁବନେଶ୍ବରରେ ଉନ୍ମୋଚିତ ହେଇଛି ଓଡ଼ିଶା ଏଫସିର ଅଫିସିଆଲ୍ କୀଟ। ଟିମ୍ ମେନେଜମେଣ୍ଟଙ୍କ ଉପସ୍ଥିତିରେ ହେଇଛି ଉନ୍ମୋଚନ।

ଚଳିତ ସିଜନ୍ ଆରମ୍ଭ ହେବା ପୂର୍ବରୁ ଏହାକୁ ଉନ୍ମୋଚିତ କରାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ମାସରେ ହିରୋ ଇଣ୍ଡିଆନ ସୁପର ଲିଗ୍‌ରେ ଓଡ଼ିଶା ଏଫ୍‌ସି ତାର ଜରନି ଆରମ୍ଭ କରିବ। ଏଥିରେ ଭାଗ ନେବାକୁ ଥିବା ଖେଳାଳିମାନେ ଏବେ ଭୁବନେଶ୍ୱରରେ ରହି ଅଭ୍ୟାସ ଆରମ୍ଭ କରୁଛନ୍ତି। ‘ଓଡ଼ିଶା ଏଫ୍‌ସି’ର କିଟ୍‌ ଉନ୍ମୋଚନ ଅବସରରେ ଖେଳାଳିମାନେ ୱାକ୍‌ଆଉଟ୍‌ କରିଥିଲେ। ସେହିପରି କଳାକାରମାନେ ନୃତ୍ୟ ପ୍ରସ୍ତୁତି ଦେଇଥିଲେ।

Related Articles

Back to top button