
୯ ବିଧାନସଭା ପ୍ରାର୍ଥୀ ଦେଲା ବିଜୁ ଜନତା ଦଳ
ଆସିଲା ବିଜୁ ଜନତା ଦଳର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏଥବରେ ୯ ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି। ସୁପ୍ରିମୋ ନବୀନ ପଟ୍ଟନାୟକ ଷଷ୍ଠ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେଡ଼ିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁସାରେ ଚିଲିକାରୁ ଲଢିବେ ରଘୁନାଥ ସାହୁ, ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କେନ୍ଦ୍ରାପଡ଼ାରୁ ଲଢିବେ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଲଢିବେ ଅଭିମନ୍ୟୁ ସେଠୀ, ସାରସକଣାରୁ ଲଢିବେ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ଲଢିବେ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ଲଢିବେ ସନାତନ ମହାକୁଡ଼, ରେମୁଣାରୁ ଲଢିବେ ବିଦ୍ୟାସ୍ମିତା ମହାଳିକ , ସିମୁଳିଆରୁ ଲଢିବେ ସୁଭାଷିନୀ ସାହୁ । ସୂଚନାଯୋଗ୍ୟ, ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୩୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୧୩ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।