
ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ
ଭୁବନେଶ୍ୱର: ପରଲୋକରେ ବିଧାୟକବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।
ଖବର ଅନୁଯାୟୀ, ଗତ କିଛି ଦିନ ହେଲା କୀଡ୍ନୀ ରୋଗରେ ପୀଡିତ ଥିଲେ ବିଷ୍ଣ ସେଠୀ । ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାସେ ହେଲା ଏମ୍ସ ମେଡିକାଲରେ ବିଷ୍ଣ ସେଠୀଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ବ୍ରେନ ଷ୍ଟ୍ରୋକ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ଫଳରେ ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ବିଷ୍ଣୁ ସେଠୀ ଭଦ୍ରକ ଧାମନଗରର ବିଧାୟକ ଥିଲେ। ଜଣେ ରାଜନେତା ବ୍ୟତୀତ ସେ ଜଣେ ଲେଖକ ଓ ସାହିତି୍ୟକ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଲିଯାଇଛି।
ସୂଚନାଯୋଗ୍ୟ ଯେ, ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍ ଆଗ୍ରହ ଥିଲେ । ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ସେ ଯୋଗଦେଇନଥିଲେ । ପରେ ସେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦିନ୍ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିଲେ । ଆଉ ଦଳକୁ ସୁଦୃଢ କରିବାରେ ଲାଗିପଡିଥିଲେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲା । ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥିରେ ସେ ପରାଜିତ ହୋଇଥିଲା । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍ ଦେଇ ବିଜୟୀ ହୋଇଥିଲା । ଆଉ ବିଜେପି ଦଳ ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲା ।
ତେବେସମୟ ସମୟରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିଲେ । ଏପିରିକି ନିଜର ଶାଣିତ ସ୍ୱରରେ ସରକାରଙ୍କୁ ମଧ୍ୟ ଘାଇଲା କରୁଥିଲେ । ବିଜେପିର ଦକ୍ଷ ନେତା ଭାବେ ବେଶ୍ ଜଣାଶୁଣା ବିଷ୍ଣୁ ସେଠୀ ।