
ନବୀନ ନିବାସରେ ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଜାରି
ନବୀନ ନିବାସରେ ନବନିର୍ବାଚିତ ବିଧାୟକମାନଙ୍କ ଭିଡ଼ ଜମିଛି। ସମସ୍ତ ୫୧ ବିଧାୟକ ବୁଧବାର ନବୀନ ନିବାସରେ ପହଞ୍ଚିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେଠାରେ ବୈଠକ ଜାରି ରହିଛି। ଗଣେଶ୍ୱର ବେହେରା, ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠୀ, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନାଙ୍କ ସମେତ ସମସ୍ତ ନବନିର୍ବାଚିତ ବିଧାୟକ ବୈଠକରେ ସାମିଲ ହୋଇଛନ୍ତି।