‘ଝଲକ୍ ଦିଖଲା ଜା-୧୦’ରେ ନଜର ଆସିବେ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ

ମୁମ୍ବାଇ: ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ସମସ୍ତେ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ୍ ଦିଖଲା ଜା’୧୦ ରେ ନଜର ଆସିବେ। ଟ୍ରାକ୍‌ରେ ଧମାଲ୍ କରିବା ପରେ ଏବେ ଫ୍ଲୋର୍‌ରେ କମାଲ କରିବାକୁ ଯାଉଛନ୍ତି। କଲର୍ସ ଚ୍ୟାନେଲରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‘ଝଲକ ଦିଖ ଜା’ର ଦଶମ ସଂସ୍କରଣରେ ସେ ନାଚୁଥିବା ଖୁବଶୀଘ୍ର ଦେଖିବାକୁ ମିଳିବ। ତାଙ୍କର ଏହି ନୂତନ ଅବତାର ବିଷୟରେ ଦୂତି କହିଛନ୍ତି “ମୁଁ ନିଜକୁ ବିଭିନ୍ନ ନୃତ୍ୟ ଫର୍ମ ପ୍ରଦର୍ଶନ କରିବା ଏବଂ ଏହିପରି ତାରକା ଅଭିନେତାମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା କଳ୍ପନା କରି ନାହିଁ।’

ଏହା ସହିତ ସେ କହିଛନ୍ତି ଯେ, ଜଣେ କ୍ରୀଡ଼ାବିତ୍ ଭାବରେ, ମୁଁ ନୁଆ ନୁଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଭଲ ପାଏ। ମୁଁ ଲାଇଭ୍ ଦର୍ଶକଙ୍କ ସାମ୍ନାରେ ଅଭିନୟ କରିବାକୁ ଅଭ୍ୟସ୍ତ, କିନ୍ତୁ ଏହା ଏକ ନୂତନ ଅନୁଭୂତି ହେବ।’

ଫେବୃଆରୀ ୩, ୧୯୯୬ ରେ ଓଡିଶାର ଯାଜପୁର ଜିଲ୍ଲାର ଚକଗୋପାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦୂତି ବୁଣାକାର ପରିବାରର ଅଟନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ସେ କ୍ରୀଡ଼ାରେ ନିଜର ଚମତ୍କାରତା ପ୍ରମାଣ କରିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ‘କୌଣସି ନୂତନ କଳା ଶିଖିବା ସହଜ ନୁହେଁ କିନ୍ତୁ ମୋର କୋରିଓଗ୍ରାଫରଙ୍କ ସାହାଯ୍ୟରେ ମୁଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବାକୁ ଏବଂ ମୋ ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିବାକୁ ଉତ୍ସାହିତ ଅଟେ। ମୁଁ ବିଚାରପତିମାନଙ୍କୁ ଭେଟିବା ଏବଂ ସେମାନଙ୍କ ସମ୍ମୁଖରେ ଅଭିନୟ କରିବାକୁ ଉତ୍ସାହିତ ଅଛି।’ ଏହି ଶୋ’ରେ ମାଧୁରୀ ଦୀକ୍ଷିତ, କରଣ ଜୋହର ଏବଂ ନୋରା ଫତେହିଙ୍କ ବିଚାରିତ ଥିବା ବେଳେ ଏବଂ ମଣିଶ ପାଲ ଉପସ୍ଥାପକ ଭାବରେ ଦେଖାଯିବେ।

Related Articles

Back to top button