ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ସମ୍ବଲପୁର ସହରରେ ଡାକ୍ତରଙ୍କୁ ଚପଲରେ ମାଡ ମାରିଲେ ବ୍ୟବସାୟୀ

ସମ୍ବଲପୁର: ଘରୋଇ ଡାଇଗ୍ଲୋଷ୍ଟିକ ସେଣ୍ଟରରେ ଡାକ୍ତରଙ୍କୁ ଚପଲ ମାଡ । ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ଚପଲରେ ଡାକ୍ତରଙ୍କୁ ମାଡ ମାରିଲେ ବ୍ୟବସାୟୀ । ସମ୍ବଲପୁର ସହରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କ ନାମ ନଟବର ବାଙ୍କା ଏବଂ ସେ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାର ଜଣାପଡିଛି । ସେ ଡାକ୍ତରଙ୍କୁ ମାଡ ମାରିବା ସମୟର ଦୃଶ୍ୟରେ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ସୂଚନାଯୋଗ୍ୟ, ବ୍ୟବସାୟୀ ନଟବର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ଗୋଟିଏ ଘରୋଇ ଡାଇଗ୍ଲୋଷ୍ଟିକ ସେଣ୍ଟରକୁ ଯାଇଥିଲେ । କିନ୍ତୁ ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବ୍ୟବସାୟୀ ଜଣକ ସେଠାରେ ଥିବା ରେଡିଓଗ୍ରାଫର ଡକ୍ଟର ଚିଦାନନ୍ଦ ମିଶ୍ରଙ୍କୁ ଚପଲ ଉଠାଇ ମାଡ ମାରିବା ସହ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ଏହି ଘଟଣାକୁ ନେଇ ଡାକ୍ତରଙ୍କ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ଏବେ ଡାକ୍ତରୀ ମାଇନା ପାଇଁ ନେଇଛି । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି ।

Related Articles

Back to top button