ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ରେଡ୍ ପରେ ୪ ଜଣଙ୍କୁ ଗିରଫ କଲା ସିବିଆଇ
ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣଙ୍କୁ ଗିରଫ କରିଛି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, OSL ଅପରେସନ୍ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ୍ ମ୍ୟାନେଜର ଶଂଖଶୁଭ୍ର ମିତ୍ରଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି । ଅନ୍ୟପଟେ ସିବିଆଇର ନୋଟିସ୍ ପରେ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ର । ଗତକାଲି ସିବିଆଇ କଟକ ଓ ପାରାଦୀପର ଏକାଧିକ ସ୍ଥାନରେ ରେଡ୍ କରିଥିଲା ।