ଫୁଟପାଥ ଉପରକୁ ମାଡ଼ିଗଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ୩୦ ସ୍କୁଲ୍ ପିଲା

କଟକ: ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ମାଡ଼ିଗଲା ସ୍କୁଲ ବସ। ଫୁଟପାଥକୁ ଚଢିଯିବାରୁ ଗଛରେ ପିଟି ହେଲା ବସ୍‌ର ସମ୍ମୁଖ ଭାଗ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ଛାତ୍ରଛାତ୍ରୀ ଓ ଡ୍ରାଇଭର ।

ଖବର ଅନୁଯାୟୀ, କଟକ ସିଡିଏ ଅଭିମୁଖେ ଯାଉଥିବା ବେଳେ ସିଡିଏ ଫେଜ-୨ ଥାନା ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡି ଯାଇଥିଲା । ନିକଟରେ ଥିବା ଏକ ଗଛରେ ପିଟି ହେବାରୁ ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ ଓ ବସ ଡ୍ରାଇଭର ।  ଘଟଣାସ୍ଥଳରେ ପୋଲିସ ଓ ସିଡିଏ ଅଗ୍ନିଶମ ବାହିନୀ ପହଞ୍ଚି ଗଛ ଡାଳ କାଟିବା ପରେ ବସକୁ ତଳକୁ ଅଣାଯାଇଥିଲା ।

Related Articles

Back to top button