ବୁର୍ଲା ଭିସୁଟର ନବକଳେବର ହେବ: ୧୧ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ବ୍ୟବସ୍ଥା

ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକନୋଲେଜି (Veer Surendra Sai University of Technology) ର ହେବ ନବକଳେବର । 5T ଜରିଆରେ ହେବ ଏହାର ରୂପାନ୍ତରିକରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VSSUTର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର 2000 କୋଟିର ପାଣ୍ଠି ଅନୁମୋଦନ ଦେଇଛନ୍ତି । ଆସନ୍ତା 5 ବର୍ଷ ଭିତରେ ଏହା ଖର୍ଚ୍ଚ ହେବ ।

ମାଷ୍ଟରପ୍ଲାନ ଅନୁଯାୟୀ, ୨୦୩୦ ସୁଦ୍ଧା ଏହାକୁ Multi-Disciplinary Engineering & Research University ଭାବରେ ବିକଶିତ କରାଯିବ । ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ IIT ଓ NIT ପରି ସଂସ୍ଥା ମାନଙ୍କ ସହିତ ସମକକ୍ଷ ହେବ । ଏଥିରେ School of Engineering, Skill Development Centre, School of Medical Technology ଓ School of Basic Science ପରି ୭ଟି ସ୍କୁଲ ରହିବ । ଅନୁଷ୍ଠାନରେ ୧୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ । ଏହି 7ଟି ସ୍କୁଲ ରେ 24 ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, 14 ରୁ ଅଧିକ ବିଭାଗ ଓ 27 ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି ।

ତେବେ ଭିସୁଟ(VSSUT) ରାଜ୍ୟର ସର୍ବ ପୁରାତନ ଇଂଜିନିୟରିଂ ବିଶ୍ବବିଦ୍ୟାଳୟ । ପ୍ରତିଷ୍ଠା ସମୟରେ ଏଠାରେ 300 ଛାତ୍ର ଛାତ୍ରୀ ଥିଲେ । ଏହି ଅନୁସାରେ ଏଠାରେ ଭିତ୍ତିଭୂମି ତିଆରି ହୋଇଥିଲା । ତେବେ ବର୍ତ୍ତମାନ ଏଠାରେ 5000 ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ସେହିଭଳି ଭିତ୍ତିଭୂମି ନଥିଲା । ଏନେଇ ଭିସୁଟ(VSSUT) ର ଏକ ଟିମ ଏହାର ସାମୁହିକ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ 25 ରେ ମୁଖ୍ୟ ଶାସନ ସଚିବ , 5T ସଚିବଙ୍କ ସହ ଏକ ଟିମ ବୁର୍ଲା ଗସ୍ତ କରି ଭିସୁଟର ସ୍ଥିତି ପରଖି ଭୁବନେଶ୍ବର ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଗତ 17 ତାରିଖରେ 2000 କୋଟିର ପାଣ୍ଠି ଭିସୁଟ(VSSUT) ପାଇଁ ଅନୁମୋଦନ କରିଥିଲେ । ତେବେ ଏହାର ମାଷ୍ଟର ପ୍ଲାନ ଦ୍ବାରା ଭିସୁଟର 360 ଡିଗ୍ରୀ ବିକାଶ ହେବ ବୋଲି ଭିସୁଟ କୁଳପତି ସୂଚନା ଦେଇଛନ୍ତି । ଏହି ମାଷ୍ଟର ପ୍ଲାନରେ ଭିସୁଟର Academic, Residential, equipment, sports and culture ସାମୁହିକ ଭିତ୍ତିଭୂମିର ବିକାଶ ହେବ । ଏହା ଦ୍ବାରା ହଷ୍ଟେଲ, ଇଣ୍ଡୋର ଷ୍ଟାଡିୟମ, 5 ଟି ସ୍କୁଲ, Administrative Office, 120 କ୍ଷମତା ବିଶିଷ୍ଟ Laboratory, 150 କ୍ଷମତା ବିଶିଷ୍ଟ ସ୍ମାର୍ଟ କ୍ଲାସ ରୁମ ଓ ଆବଶ୍ୟକତା ଅନୁସାରେ ଦକ୍ଷ ଶିକ୍ଷକ ନିଯୁକ୍ତି ପାଇବେ । ଏହାର ସ୍ମାର୍ଟ କ୍ଳାସ ରୁମରେ ଦେଶ ବିଦେଶର ଶିକ୍ଷକ ଶିକ୍ଷା ଦାନ କରି ପାରିବେ । ଏହା ସହ ବିଦେଶ ର ଛାତ୍ରଛାତ୍ରୀ ଏଠାରେ ପାଠ ପଢିବା ସହ ଗବେଷଣା କରି ପାରିବେ ।

ତେବେ ଆସନ୍ତା 2026 ରୁ 2028 ସୁଦ୍ଧା ଏହା ଜତୀୟ ସ୍ତରର ଶିକ୍ଷା ଅନୁଷ୍ଠାନ ହୋଇପାରିବ । ବିଦେଶର ଛାତ୍ରଛାତ୍ରୀ ମାନେ ମଧ୍ୟ ଆସି ଏଠାରେ ଶିକ୍ଷା ଗ୍ରହଣ କରିବା ସହ ଗବେଷଣା ମଧ୍ୟ କରିପାରିବେ ବୋଲି ସୂଚନା ଦିଆଯାଇଛି ।

Related Articles

Back to top button