
ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ମୁମ୍ୱାଇ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ୱାଇରେ ବିଶିଷ୍ଟ ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିବେ ।
ଏହି ଅବସରରେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ, ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।
ସେହିପରି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍.ଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍ର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍ ପେଣ୍ଟସ୍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଓଡିଶାରେ ଭରପୂର ପ୍ରକୃତିକସମ୍ପଦ, ଖଣି ବେଳାଭୂମି ,ଜଙ୍ଗଲ ଓ କୃଷି ଭିତ୍ତଭୂମିଥିବାରୁ ଏହକୁ ଭିତ୍ତି କରି ପୁଞ୍ଜିପତି ମାନଙ୍କ ସହ ପୁଞ୍ଜିନିବେଶ ପାଇଁ ଆଲୋଚନା କରାଯାଉଛି । ଏକ ସୁବିଧା ସୁଯୋଗ ସହ ସରଳ ଶିଳ୍ପ ନୀତି, ସ୍ୱତନ୍ତ୍ର ସବ୍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ତାହା ଉପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉଦ୍ୟୋଗପତିମାନଙ୍କୁ ଅବଗତ କରାଇବେ । ଓଡିଶାର ଆର୍ଥିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି ।