ଜାପାନରେ ସାମୁଦ୍ରିକ ବାତ୍ୟା ‘ନାନମାଡୋଲ’ର ତାଣ୍ଡବ, ୯୦ ଲକ୍ଷ ଲୋକ ବାସଚ୍ୟୁତ

ଟୋକିଓ: ଦକ୍ଷିଣ-ପଶ୍ଚିମ ଜାପାନ ଦେଇ ଭୂ-ଭାଗକୁ ପ୍ରବେଶ କରିଥିବା ସାମୁଦ୍ରିକ ତୋଫାନା ‘ନାନମାଡୋଲ’ ମଙ୍ଗଳବାର ପ୍ରଶାନ୍ତ ମହାସାଗରକୁ ଚାଲିଯାଇଛି। ତେବେ ମସୁଦ୍ରକୁ ଚାଲିଯିବା ପୂର୍ବରୁ ଜାପାନକୁ ଉଜାଡି ଦେଇ ଯାଇଛି। ନାନମାଡୋଲ ଚଳିତବର୍ଷର ୧୪ତମ ସାମୁଦ୍ରିକ ବାତ୍ୟା ଥିଲା। ଉତ୍ତର ଟୋକିଓ ଆଡକୁ ଯିବା ପୂର୍ବରୁ ଦକ୍ଷିଣ ଜାପାନ ଧ୍ୱଂସ୍ତବିଧ୍ୱଂସ୍ତ କରି ଦେଇଯାଇଛି।

କୁହାଯାଉଛି ଜାପାନରେ ଏପର୍ଯ୍ୟନ୍ତ ମାଡ ହୋଇଥିବା ଭୀଷଣ ଘୂର୍ଣ୍ଣିବାତ୍ୟା ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ। ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ବାତ୍ୟା ଯୋଗୁ ଯେତିକି କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଉଥିଲା ସେହି ଅନୁସାରେ ବାତ୍ୟାର ଗତିପଥରୁ ୯୦ ଲକ୍ଷ ଲୋକଙ୍କୁ ବାହାର କରି ସୁରକ୍ଷିତ ଆଶ୍ରୟ ସ୍ଥଳକୁ ପହଞ୍ଚାଯାଇଥିଲା। ସୁପରଟାଇଫୁନ କୁହାଯାଉଥିବା ନାନମାଡୋଲ ରବିବାର ଦକ୍ଷିଣ ଦ୍ୱୀପ କ୍ୟୁସୁରେ ତାଣ୍ଡବ ରଚିଥିଲା।

କ୍ୟୁସୁ ଦ୍ୱୀପର ଦକ୍ଷିଣରେ ଥିବା ତନେଗାସୀମା ଦ୍ୱୀପସ୍ଥିତି ଏରୋସ୍ପେସ୍ ଏଣ୍ଡ ଏକ୍ସପ୍ଲୋରେସନ ଏଜେନ୍ସୀର ଅନ୍ତରୀକ୍ଷ କେନ୍ଦ୍ରର ଏକ କାନ୍ଥ ବାତ୍ୟାରେ ଭାଙ୍ଗିଯାଇଛି। କ୍ୟୁସୁ ଦ୍ୱୀପକୁ ମଙ୍ଗଳବାର ମଧ୍ୟ ବିଦ୍ୟୁତ ଯୋଗାଣ ହୋଇପାରି ନାହିଁ। ଫଳରେ ୧ଲକ୍ଷ ୩୦ ହଜାରରୁ ଅଧିକ ଘର ବିଦ୍ୟୁତ ନଥିବା ଯୋଗୁ ଅନ୍ଧାରରେ ରହିଛି। ତେବେ ମଙ୍ଗଳବାର ଯାତାୟାତ ସୁବିଧା ପୁଣି ସ୍ୱଭାବିକ ହୋଇଛି। ବୁଲେଟ୍ ଟ୍ରେନ୍‌ ଓ ଭୂ-ପୃଷ୍ଠ ପରିବହନ ସ୍ୱଭାବିକ ହୋଇଛି। ତେବେ ପୂର୍ବ ଜାପାନରେ ମଙ୍ଗଳବାର ମଧ୍ୟ ଉଡାଣ ବନ୍ଦ ରହିଛି।

Related Articles

Back to top button