ଚୀନରେ ଜଳିଗଲା ରେସ୍ତୋରାଁ: ପୋଡ଼ି ହୋଇ ଚାଲିଗଲା ୧୭ ଜଣଙ୍କ ଜୀବନ, ୩ ଆହତ

ବେଜିଂ: ହୁ ହୁ ହୋଇ ଜଳିଲା ରେସ୍ତୋରାଁ। ପୋଡ଼ି ହୋଇ ଚାଲିଗଲା ୧୭ ଜଣଙ୍କର ଜୀବନ। ଏହି ଦୁଃଖଦ ଘଟଣାରେ ୩ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରପୂର୍ବ ଚୀନର ଚାଙ୍ଗଚୁନର ସହରରେ ଥିବା ଏକ ରେସ୍ତୋରାଁରେ ବୁଧବାର ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ରେସ୍ତୋରାଁରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ନିଆଁ ପୂରା ରେସ୍ତୋରାଁକୁ ଗିଳି ଦେଇଥିଲେ। ଭିତରେ ଥିବା ଲୋକ ବାହାରକୁ ବାହାରି ନପାରିବାରୁ ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ୩ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି।

ସ୍ଥାନୀୟ ସମୟ ଅନୁସାରେ, ଚାଙ୍ଗଚୁନର ସହରରେ ଥିବା ରେସ୍ତୋରାଁରେ ମଧ୍ୟାହ୍ନ  ପ୍ରାୟ ୧୨.୪୦( ଭାରତୀୟ ସମୟ ଦିନ ୧୦.୧୦) ବେଳେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ଖବର ପାଇଁ ଘଟଣା  ସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ମାମଲାରେ ତଦନ୍ତ ଜାରି ରହିଛି।

Related Articles

Back to top button