
୧୬ତମ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ମିଳିଛି।
ଭଙ୍ଗ ହେଲା ରାଜ୍ୟ ବିଧାନସଭା। ୧୬ତମ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ମିଳିଛି। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଥିଲା।ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗା ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢ଼ା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି। ଏଥିସହ ନୂଆ ସରକାର ଗଢ଼ିବା ପାଇଁ ପ୍ରକିୟା ଆରମ୍ଭ ହୋଇ ଯାଇଥାଏ। ଆସନ୍ତା କାଲି ଫଳାଫଳ ଆସିବା ପରେ ସର୍ବାଧିକ ଆସନ ପାଇଥିବା ଦଳକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବାର ବିଧି ରହିଛି।