
ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଧରବାତରଣ କରିଛନ୍ତି ଜଗତଜନନୀ ମାଆ ମହିଷାମର୍ଦ୍ଦିନୀ । ସାରା ରାଜ୍ୟରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଦୁଇବର୍ଷର କରୋନା କଟକଣା ପରେ ଏ ବର୍ଷ ରାଜ୍ୟବାସୀ ଦଶହରାକୁ ବୁଲାବୁଲିର ମଜା ନେଉଛନ୍ତି ।
ତେବେ ଏହି ଅବସରରେ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ମୋର ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମା’ଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ।