ନକଲି ଔଷଧ ଯୋଗାଇବା ଅଭିଯୋଗରେ ବାରଣାସୀରୁ ଆଉ ୪ଜଣଙ୍କୁ ଗିରଫ କଲା ଓଡିଶା ପୋଲିସ ଏସଟିଏଫ

ଭୁବନେଶ୍ୱର: ଔଷଧ ଡିଲରମାନଙ୍କୁ ନକଲି ଔଷଧ ଯୋଗାଇବା ଅଭିଯୋଗରେ ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉତ୍ତରପ୍ରଦେଶର ବାରଣାସୀରୁ ଆଉ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ୍ ଜୟସ୍ୱାଲ, ରିତେଶ କୁମାର, ଚନ୍ଦ୍ରଶେଖର ସିଂହ ଓ ଗୌରବ ଶର୍ମା। ଗିରଫ ଅଭିଯୁକ୍ତମାନଙ୍କୁ ବାରଣାସୀ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ଓଡିଶା ଅଣାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଗତ ଜାନୁଆରୀ ମାସରେ ବରଗଡ଼ର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ବରଗଡ଼ର ସୁନୀଲ ଅଗ୍ରଓ୍ୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶ ଏସଟିଏଫ ବାରଣାସୀ ନିକଟସ୍ଥ ସିଗରାରେ ଏକ ବଡ଼ ନକଲି ଔଷଧ ପ୍ରସ୍ତୁତକାରୀ ରାକେଟର ପର୍ଦ୍ଦାଫାଶ କରିଥିଲା ଯାହା ବ୍ରାଣ୍ଡେଡ ଔଷଧ ନାଁରେ ନକଲି ଓ ନକଲି ଔଷଧ ଯୋଗାଇ ଆସୁଥିଲା। ୟୁପିର ବୁଲନ୍ଦସହରରୁ ଆସିଥିବା କିଙ୍ଗପିନ୍ ଅଶୋକ କୁମାର ଏହି ନକଲି ଔଷଧ କାରବାର ମାମଲାର  ମୁଖ୍ୟ ଖଳନାୟକ। ଯିଏକି ଗିରଫ ହୋଇସାରିଛନ୍ତି।

ଏହି ନକଲି ରାକେଟ ଗ୍ୟାଙ୍ଗ ବିଭିନ୍ନ ନାମୀଦାମୀ ଔଷଧ କମ୍ପାନୀର ଷ୍ଟିକର ଲଗାଇ ବିକ୍ରି କରୁଥିଲେ। ଏବେ ସୁଦ୍ଧା ନକଲି ଔଷଧର ଔଷଧର ବଜାର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାୟାଉଛି। ପୂର୍ବରୁ କଟକରେ ନକଲି ରକ୍ତଚାପ ଔଷଧ ‘ଟେଲମା ୪୦’ ଓ ‘ଟେଲମା ଏଏମ୍’ ଜବତ ହୋଇଥିଲା। କଟକର ଡିଷ୍ଟ୍ରିବ୍ୟୁଟରଙ୍କୁ ନକଲି ଉଚ୍ଚ ରକ୍ତଚାପ ଔଷଧ ଯୋଗାଣରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରାଯାଇଛି।

Related Articles

Back to top button