ମାଟ୍ରିକ ସାର୍ଟିଫିକେଟ ପାଇଁ ବିନା ରସିଦରେ ୨୦୦ ଟଙ୍କା ଦବାକୁ ପଡୁଛି

ଯାଜପୁର: ମାଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ । ଆଉ ଯଦି ସାର୍ଟିଫିକେଟ ଦରକାର, ଦେବାକୁ ପଡିବ ୨୦୦ ଟଙ୍କା। ତାହା ପୁଣି ବିନା ରସିଦରେ। ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ। ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା ପଞ୍ଚାୟତ ହାଇସ୍କୁଲର ଛାତ୍ର ।

ଏହି ସ୍କୁଲରେ ମାଟ୍ରିକ ସାର୍ଟିଫିକେଟ ପାଇଁ ଦେବାକୁ ପଡେ ୨୦୦ ଟଙ୍କା । ଛାତ୍ରଛାତ୍ରୀ ମାନଙ୍କ ଠାରୁ ମାଟ୍ରିକ ପାସ ସାର୍ଟିଫିକେଟ ଦେବା ବଦଳରେ ଜୋର ଜବରଦସ୍ତ ୨୦୦ ଟଙ୍କା ଲେଖାଏଁ ନିଆଯାଉଛି ଏବଂ ଟଙ୍କା ନ ଦେଲେ ସାର୍ଟିଫିକେଟ ଦିଆଯିବ ନାହିଁ ବୋଲି ସିଧା ସିଧା ମନା କରୁଛନ୍ତି ସ୍କୁଲ ର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ। ଏଭଳି ଏକ ଭିଡିଓ ଏବେ ସୋସିଲା ମିଡିଆରେ ଭାଇରାଲ ହେବାକୁ ଲାଗିଛି ।ଏମିତି କି ସାର୍ଟିଫିକେଟ ନେବା ପାଇଁ ଆସିଥିବା ଛାତ୍ର ୨୦୦ ଟଙ୍କା ନ ଦେଇ ପାରିବାରୁ ସ୍କୁଲରୁ ସାର୍ଟିଫିକେଟ ନ ନେଇ ଫେରି ଯାଇଛନ୍ତି। ଛାତ୍ରଛାତ୍ରୀ ମାନେ ପଇସା ଦେବା ପରିବର୍ତ୍ତେ ସାର ଙ୍କୁ ରସିଦ ମାଗିବାରୁ ସ୍କୁଲ ଡେଭଲପମେଣ୍ଟ ନାଁରେ ରସିଦ ଦିଆଯାଉଛି ବୋଲି  ସେହି ସ୍କୁଲ ଶିକ୍ଷକ କହିଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କ ଠାରୁ ମ୍ୟାଟ୍ରିକ ପାସ ସାର୍ଟିଫିକେଟ ଦେବା ବଦଳରେ ଜୋର ଜବରଦସ୍ତ ବିନା ରସିଦରେ ୨୦୦ ଟଙ୍କା ଲେଖାଏଁ ନିଆଯାଉଥିବାରୁ ସ୍କୁଲ ଛାତ୍ରମାନେ ବିରୋଧ କରିଥିଲେ । ସାର୍ଟିଫିକେଟ ଦେବା ବଦଳରେ ଜୋର ଜବରଦସ୍ତ ଟଙ୍କା ଆଦାୟ ହେଉଥିବାର ଖବର ପାଇବା ପରେ  ସ୍ଥାନୀୟ ଯୁବକ ମାନେ ସ୍କୁଲ  ଶିକ୍ଷକଙ୍କୁ ବିରୋଧ କରି ପ୍ରତିବାଦ କରିଥିଲେ ।

Related Articles

Back to top button