ବିହାରରୁ ଆସି ଭୁବନେଶ୍ବରରେ ଗାଡ଼ି ଚୋରି

ଭୁବନେଶ୍ବର: ଗତ ୭ ତାରିଖରେ ଅଭିଯୋଗକାରି ପ୍ରକାଶ ପାତ୍ରଙ୍କ ଅଭିଯୋଗକ୍ରମେ ଏୟାରଫିଲଡ଼ ଥାନାରେ ଉପୋରୋକ୍ତ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ତଦନ୍ତ କରି ଏୟାରଫିଲଡ଼ ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ଅଭିଯୁକ୍ତମାନେ ହେଲ ଗୌରବ କୁମାର(୨୨), ନିତୁ କୁମାର(୨୨) ଓ ଜତନ କୁମାର(୨୨)। ସେମାନେ ସମସ୍ତେ ବିହାରର ମୁଙ୍ଗେର ଜିଲ୍ଲାର ଜମାଲପୁର ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଭିଯୋଗକାରୀ ଗତ ୬ ତାରିଖ ରାତିରେ ତାଙ୍କର TATA Infra V30 ଗାଡିକୁ ନିଜ ଘର ସାମ୍ନାରେ ପାର୍କ କରିଥିଲେ, ଅଭିଯୁକ୍ତ ମାନେ ଗଡିଟିକୁ ଚୋରୀ କରିନେଇଥିଲେ। ସେମାନେ ଗାଡିଟିକୁ ବିକ୍ରୀକରିବା ପାଇଁ ପଶ୍ଚିମବଙ୍ଗ ର ବଙ୍କୁରା କୁ ନେଇଯାଇଥିଲେ। ଗାଡିରେ ଲାଗିଥିବା ଜିପିଏସକୁ ଟ୍ରାକ କରି, ଏୟାରଫିଲଡ଼ ଥାନା ଷ୍ଟାଫ ଗାଡିଟିକୁ ଜବତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଓ ଲୋକାଲ କୋର୍ଟରେ ହାଜର କରି, ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ଵୀକାର କରିଥିଲେ । ତଦନ୍ତ ପରେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Related Articles

Back to top button