ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା: ରାଜ୍ୟ ସରକାରଙ୍କୁ ୧୧୫ କୋଟି ଦେବାକୁ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା। ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି। ୧୧୫ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ମାସ ୧୫ ସୁଦ୍ଧା ଟଙ୍କା ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଅଫିସିଆଲ୍ ଲିକ୍ୟୁଡେଟରଙ୍କ ନିକଟରେ ଟଙ୍କା ଜମା କରିବେ ରାଜ୍ୟ ସରକାର।

ଉଲ୍ଲେଖଯୋଗ୍ୟ ଯେ, ଏକଦା ରାଜ୍ୟର ବୟନଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସରକାରୀ ଉତ୍ପାଦନକାରୀ ଓଟିଏମ୍‌ ପରିଚାଳନାଗତ ତ୍ରୁଟି ଲାଗି ତାର ଗୌରବ ହରାଇଥିଲା । ଆର୍ଥିକ କ୍ଷତି ଯୋଗୁଁ ଏହା ବନ୍ଦ ହେବା ସହ ଶ୍ରମିକ ଅଶାନ୍ତି ଜାରି ରହିଥିଲା। ତେବେ କଟକ ଚୌଦ୍ୱାରରେ ସ୍ଥାପିତ ଏହି ଟେକ୍ସଟାଇଲ୍‌ ମିଲ୍‌କୁ ପୁଣି ସକ୍ରିୟ କରିବାକୁ ଦାବି ହୋଇଆସୁଥିବା ବେଳେ ଏବେ ହାଇକୋର୍ଟଙ୍କ ରାୟ ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ।

Related Articles

Back to top button