ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି

କ୍ୱିଭ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତିି । ହେଲେ ଏଥିରେ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି । ୟୁକ୍ରେନର ମିଡିଆ ପୋର୍ଟାଲ ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟକୁ ଜେଲେନସ୍କିଙ୍କ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ, ଏହି ଖବର ଦିଆଯାଇଛି । ଏହି ଦୁର୍ଘଟଣାରେ ଜେଲେନସ୍କିଙ୍କର ସେମିତି କିଛି କ୍ଷତି ହୋଇ ନାହିଁ । ତାଙ୍କୁ ସାମାନ୍ୟ ଆଘାତ ଲାଗିଛି । ଜେଲେନସ୍କିଙ୍କ ପ୍ରବକ୍ତା ସେରି ନ୍ୟାକିଫୋରୋବ ୧୫ ସେପ୍ଟେମ୍ବରରେ ଏକ ଫେସବୁକ ପୋଷ୍ଟରେ ସୂଚନା ଦେଇଥିଲେ କି ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ସହ ଏକ କାର ଧକ୍କା ହୋଇଛି ।

ମିଡିଆ ପୋର୍ଟାଲର ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଜଣେ ଡାକ୍ତର ଜେଲେନସ୍କି ଓ ତାଙ୍କ ଡ୍ରାଇଭରଙ୍କର ମେଡିକାଲ ଯାଞ୍ଚ କରିଛନ୍ତି । ସେରି ନ୍ୟାକିଫୋରୋବ କହିଛନ୍ତି ଏହି ଘଟଣାର ଯାଞ୍ଚ ଲ ଏନଫୋର୍ସମେଣ୍ଟ ଏଜେନ୍ସି କରିବ । ତେବେ କ୍ୱିଭରେ ରାଷ୍ଟ୍ରପତି ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

Related Articles

Back to top button