ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଆଜି ସନ୍ଧ୍ୟାରେ ରଥଯାତ୍ରା ପାଇଁ ଧଉରା କାଠ ପୂଜାର୍ଚ୍ଚନା କରାଯିବ

ପୁରୀ:  ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ । ଏହି ତିଥି  ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ  ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ  ରଥଖଳାରେ  ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ  ଓ ବ୍ରାହ୍ମଣ ମାନେ ବନ୍ଦାପନା  ସହିତ  ପୂଜା କରିବେ   । ଏଥିପାଇଁ ନୟାଗଡ  ବନଖଣ୍ଡରୁ  ଆସିଥାଏ କାଠ  । ଏହି କାଠର ଲମ୍ବ ୧୨ ଫୁଟର ହୋଇଥାଏ  । ତାକୁ ଧଉରା କାଠ ବୋଲି କୁହାଯାଏ  । ଏହି କାଠକୁ ଶ୍ରୀ ପଞ୍ଚମୀ ଦିନ ଅର୍ଥାତ୍‌ ଆଜି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜା କରାଯିବ ।

Related Articles

Back to top button