ଆଉ କମେଣ୍ଟ୍ରି କରିବେନି ଇୟାନ ଚାପେଲ

ମହାନ ଅଷ୍ଟ୍ରେଲିୟ ବ୍ୟାଟସ୍ ମ୍ୟାନ ତଥା ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ କ୍ରିକେଟ କମେଣ୍ଟେଟର ଇୟାନ ଚାପେଲ ତାଙ୍କ ୪୫ ବର୍ଷର କମେଣ୍ଟ୍ରି କ୍ୟାରିୟରରେ ବିରାମ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। କମେଣ୍ଟ୍ରିରୁ ଇୟାନ ଚାପେଲଙ୍କ ସନ୍ୟାସ ସହ କ୍ରିକେଟ କମେଣ୍ଟ୍ରି ଦୁନିଆର ଏକ ସ୍ୱର୍ଣ୍ଣିମ ଇତିହାସ ସମାପ୍ତ ହୋଇଯିବ। କ୍ରିକେଟ୍‌ରେ ଗତ ୪୫ ବର୍ଷ ହେଲା ଶୁଣି ଆସୁଥିବା ଇୟାନ ଚାପେଲଙ୍କ ଶ୍ୱର ଆଉ ଶୁଣିବାକୁ ମିଳିବନି। ୭୮ ବର୍ଷ ବୟସ୍କ ଇୟାନ ଚାପେଲ ତାଙ୍କ ଆଖି ଆଗରେ ଅଗଣିତ ରେକର୍ଡ ବନିଥିବା ଓ ଭାଙ୍ଗିଥିବାର ଦେଖିଛନ୍ତି। ହୁଏତ ସ୍ତମ୍ବକାର ଭାବେ ତାଙ୍କ ଲେଖାରେ ଆଗକୁ ଏ ସବୁ ପଢିବାକୁ ମିଳିପାରେ ବୋଲି ଆଶା କରାଯାଉଛି।

ଇୟାନ ଚାପେଲ ୧୯୭୭ ମସିହାରେ କ୍ରିକେଟରୁ ତାଙ୍କର ସନ୍ୟାସ ଘୋଷଣା କରିଥିଲେ। ସେହି ବର୍ଷରୁ ସେ ଟିଭି ଓ ରେଡିଓରେ କ୍ରିକେଟ କମେଣ୍ଟ୍ରି କରିବା ଆରମ୍ଭ କରିଥିଲେ। ସେ ୧୯୮୦ ମସିହାରେ ସେ ଚାନେଲ ନାଇନ୍‌ ଜଏନ କରିଥିଲେ। ପରେ ସବୁ ଚାନେଲରେ ତାଙ୍କ କମେଣ୍ଟ୍ରି ଶୁଣିବାକୁ ମିଳିଥିଲା। କମେଣ୍ଟ୍ରି ବ୍ୟତୀତ ଚାପେଲ ଇଏସପିଏନ କ୍ରିକ୍ଇଂଫୋ ଓ ସମ୍ବାଦପତ୍ର ନିମନ୍ତେ ସ୍ତମ୍ବ ଲେଖନ୍ତି।

ଇଆନ ଚାପେଲ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ସବୁଠୁ ଭଲ ବ୍ୟାଟସମ୍ୟାନ ଭାବେ ପରିଗଣିତ ହେଉଥିଲେ। ସେ ୭୫ଟି ଟେଷ୍ଟ ମ୍ୟାଚ୍‌ରେ ୪୨.୪୨ ହାରରେ ମୋଟ ୫ହଜାର ୩୪୫ ରନ କରିଥିଲେ। ଏଥିରେ ରହିଛି ତାଙ୍କର ୧୪ଟି ଶତକ ଓ ୨୬ଟି ଅର୍ଦ୍ଧ ଶତକ। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୯୬  ରନ। ଟେଷ୍ଟମ୍ୟାଚ୍‌ରେ ତାଙ୍କ ନାମରେ ୨୦ଟି ୱିକେଟ୍ ମଧ୍ୟ ରହିଛି। ଇୟାନ ଚାପେଲ ୧୬ଟି ୱାନଡେ ମ୍ୟାଚ୍‌ରେ ୮ଟି ଅର୍ଦ୍ଧ ଶତକ ସହ ୬୭୩ ରନ କରିଛନ୍ତି।

କ୍ରିକେଟରଙ୍କ ପରିବାରରୁ ଆସିଛନ୍ତି ଇୟାନ ଚାପେଲ। ସେ ଯେଉଁ ପରିବାରର ସେହି ପରିବାରରେ ତାଙ୍କ ପୂର୍ବରୁ ଗ୍ରେଗ ଚାପେଲ ଓ ଟ୍ରେବଲ ଅଷ୍ଟ୍ରେଲିଆ ଜାତୀୟ ଦଳରେ ଖେଳୁଥିଲେ। ଗ୍ରେଗ୍ ଚାପେଲ ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ କୋଚ୍‌ ମଧ୍ୟ ଥିଲେ।

Related Articles

Back to top button