
ଅଭିଯୋଗରେ ଇଡି ଅଧିକାରୀ ସୁବୋଧ କୁମାରଙ୍କୁ ଜେରା କରିବାକୁ ଭୁବନେଶ୍ୱରରେ କୋଲକାତା ପୋଲିସ
ଭୁବନେଶ୍ୱର : ଇଡି ଅଧିକାରୀଙ୍କୁ ଜେରା କରିବାକୁ ଭୁବନେଶ୍ୱରରେ କୋଲକାତା ପୋଲିସ । କୋଲକାତା ପୋଲିସର ଦୁଇ ଜଣିଆ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଇଡିର ବରିଷ୍ଠ ଅଧିକାରୀ ସୁବୋଧ କୁମାରଙ୍କୁ ପୋଲିସ୍ ଜେରା କରିବ ବୋଲି ଜଣାପଡ଼ିଛି । ଝାଡଖଣ୍ଡର ଏକ ସପିଂ ମଲରୁ ଟଙ୍କା ଠକେଇ ଅଭିଯୋଗରେ ଇଡି ଅଧିକାରୀଙ୍କ ଲିଙ୍କ ରହିଛି । ଏହି ଘଟଣାରେ ଝାଡଖଣ୍ଡର ଆଇନଜୀବୀ ରାଜୀବ କୁମାରଙ୍କୁ ଗିରଫ କରିଛି କଲିକତା ପୋଲିସ ।