
ଦାମନଯୋଡି ଷ୍ଟେସନ ନିକଟରେ କାର୍କୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ୍, ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
କୋରାପୁଟ: ଦାମନଯୋଡି ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ କାରକୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ । ଫଳରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଦାମନଯୋଡି ନାଲକୋ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସହ ରେଲ୍ୱେ ପୋଲିସ୍ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।