ଓଡ଼ିଶାରେ ହେବ ଜି-୨୦ ସବ୍ କମିଟିର ବୈଠକ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସବ୍ କମିଟିର ବୈଠକ । ଆସନ୍ତା ଏପ୍ରିଲ ମାସରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଛି । ଶିକ୍ଷା, ଶକ୍ତି ଓ ସଂସ୍କୃତି ମନ୍ତ୍ରଣାଳୟର ଜି-୨୦ ସବ୍ କମିଟି ପୁରୀ, କୋଣାର୍କ ଓ ଭୁବନେଶ୍ୱରରେ ଅନୁଷ୍ଠିତ । ଓଡ଼ିଶା ସହ ସମ୍ପର୍କ ଥିବା ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ।

ଚଳିତ ବର୍ଷ ଜି-୨୦ ସମ୍ମିଳନୀ ଭାରତରେ ଆୟୋଜିତ ହେଉଥିବା ବେଳେ ଭାରତକୁ ଏହାର ଅଧ୍ୟକ୍ଷତା ଦାୟିତ୍ୱ ଦିଆଯାଇଛି । ଜି-୨୦ ଗ୍ରୁପରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ସାଉଦି ଆରବ, ସାଉଥ ଆଫ୍ରିକା, ତୁର୍କି, ବ୍ରିଟେନ, ଆମେରିକା, ରୁଷିଆ, ମେକ୍ସିକୋ, ଜାପାନ, ଦକ୍ଷିଣ କୋରିଆ, ଇଟାଲି ଓ ୟୁରୋପୀୟ ସଂଘ ସଦସ୍ୟ ରହିଛନ୍ତି ।

ଜି-୨୦ ସବ୍ କମିଟି ଓଡ଼ିଶାରେ ଆୟୋଜିତ ହେବା ରାଜ୍ୟ ପାଇଁ ଏକ ଖୁସିର ବିଷୟ । ରାଜ୍ୟରେ ୱିଣ୍ଡ ପ୍ଲାଣ୍ଟ, ସୋଲାର ପ୍ଲାଣ୍ଟ ଆଦି ଅକ୍ଷୟ ଶକ୍ତି ପାୱାର ପାଣ୍ଟର ବୃହତ୍ ପ୍ରଚଳନ ଉପରେ ବୈଠକରେ ଆଲୋଚନା ହେବ । ରାଜ୍ୟରେ ଉପଲବ୍ଧ ଥିବା ସମ୍ବଳକୁ କିପରି ସୁବିନିଯୋଗ କରାଯାଇ ପାରିବ, କିପରି ସ୍ୱଚ୍ଛ ଓ ସବୁଜ ଶକ୍ତି ଉତ୍ପାଦନ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏଥିସହିତ ବୈଠକରେ ଗବେଷଣା ସହିତ ଦେଶର ନୂଆ ଶିକ୍ଷା ନୀତି ୨୦୨୦ ଉପରେ ମଧ୍ୟ ଆଲୋଚନା କରାଯିବ । ରାଜ୍ୟର ବିଶ୍ୱବିଦ୍ୟାଳୟରେ ଗବେଷଣା, ପିଲାଙ୍କ ବିଦେଶ ପାଠପଢ଼ା ଆଦି ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇବ ।

Related Articles

Back to top button