
ମହାକାଳୀ ବେଶରେ ଦର୍ଶନ ଦେଲେ ମାଆ ଗଡ଼ଚଣ୍ଡୀ
କଟକ: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ କଟକର ଶକ୍ତିପୀଠ । ତେବେ ଆଜି ହେଉଛି ପୀଠରେ ନବମୀ ପୂଜା । ଷୋଡଶ ଦିନାତ୍ମକ ପୂଜା ଉପଲକ୍ଷେ ଭକ୍ତମାନଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି ମା’ ଗଡଚଣ୍ଡୀ । ଏହି ବେଶକୁ ଦେଖିବାକୁ ଭକ୍ତଙ୍କ ସୁଅ ଛୁଟିବା ସହ ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ପୀଠ । ନବରାତ୍ର ପୂଜା ଚାଲିଥିବାରୁ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ ଜମିଛି ।