ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଜାମିନ୍‌ ଦେଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ

ଭୁବନେଶ୍ୱର: ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ସ୍ଵତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।  ସେ ଜାମିନରେ ଆସିବା ପରେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବିଦେଶ ଯାଇପାରିବେ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ୨ ଜଣ ଜାମିନଦାରଙ୍କ  ଦ୍ୱାରା ଚର୍ଚ୍ଚିତ ମିଶ୍ର ଜାମିନ ପାଇଛନ୍ତି।

ଓଏସଏଲ କମ୍ପାନୀ ବିରୋଧରେ ୨୫ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ଚର୍ଚ୍ଚିତ ମିଶ୍ରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଥିଲା। ଏହି ଲିଙ୍କରେ ଚର୍ଚ୍ଚିତ ମିଶ୍ରଙ୍କ ସହିତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ୭ ଟା ପରେ ଚର୍ଚ୍ଚିତ ମିଶ୍ର ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି।

Related Articles

Back to top button