କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ସୁରେଶ ରାଇନା

ମୁମ୍ବାଇ: ସୁରେଶ ରାଇନା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛି । ଭାରତର ଏହି ସିନିୟର ଖେଳାଳି ୧୫ ଅଗଷ୍ଟ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ମିଳିତ ଭାବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ । ଏବେ ସେ ଘରୋଇ କ୍ରିକେଟ କିମ୍ବା ଆଇପିଏଲରେ ଖେଳିବେ ନାହିଁ । ଦେଶ ଏବଂ ଉତରପ୍ରଦେଶ ପକ୍ଷରୁ ଖେଳିବା ମୋ ପାଇଁ ଗର୍ବର ବିଷୟ । ସେ ଅବସର ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ବିସିସିଆଇ, ୟୁପି କ୍ରିକେଟ ଆସୋସିଏଶନ, ଚେନ୍ନାଇ ସୁପର କିଙ୍ଗସ ଟିମର ସହଯୋଗ ନେଇ ଧନ୍ୟବାଦ ଜଣାଇଛନ୍ତି।

୨୦୨୨ ଆଇପିଏଲରେ କୌଣସି ଫ୍ରାଚାଇଜ ତାଙ୍କ ଦଳରେ ନେଇ ନ ଥିଲେ । ଏହା ପୁର୍ବରୁ ସେ କେତେକ ବିଦେଶୀ ଲିଗରେ ମଧ୍ୟ ଖେଳିଥିଲେ । ଆଇପିଏଲରେ କୌଣସି ଏକ ଦଳରେ ସୁଯୋଗ ପାଇବା ନେଇ ସେ ଦୃଢ଼ ଆଶାୟୀ ଥିଲେ ମାତ୍ର କେହି ନ ନେବାରୁ ସେ ଏଥିରେ ମାନସିକସ୍ତରରେ ଭାଙ୍ଗି ପଡିଥିଲେ । ୨୦୨୧ ଆଇପିଏଲର ଅଧାରୁ ଓହରିଯିବା ପରେ ସେ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଚେନ୍ନାଇ ଟିମର ଆଇପିଏଲ ସଫଳତା ପଛରେ ରାଇନାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

Related Articles

Back to top button