କ୍ୟାନ୍‌ସରକୁ ‘ରିପୋର୍ଟେବଲ ଡିଜିଜ୍‌’ ଭାବେ ଓଡ଼ିଶା ସରକାରଙ୍କ ଘୋଷଣା: ରୋଗୀଙ୍କ ତଥ୍ୟ ରଖିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶାରେ କ୍ୟାନ୍‌ସରକୁ ‘ରିପୋର୍ଟେବଲ ଡିଜିଜ୍‌’ ଭାବେ ରାଜ୍ୟ ସରକାର ବୁଧବାର ଘୋଷଣା କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶରେ କର୍କଟ ରୋଗର ନିରାକରଣ, ନିୟନ୍ତ୍ରଣ ପାଇଁ ରୋଗୀଙ୍କ ତଥ୍ୟ ରଖିବା ବାଧ୍ୟତାମୂଳକ ବୋଲି ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ସୁପାରିସ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କର୍କଟ ରୋଗକୁ ଗୁରୁତ୍ୱ ଦେବା ସହିତ ରୋଗୀଙ୍କ ତଥ୍ୟ ଦେବା ବାଧ୍ୟତାମୂଳକ କରିଛନ୍ତି।

ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ରାଜ୍ୟରେ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କର୍କଟ ରୋଗୀଙ୍କ ତଥ୍ୟ ଠିକ୍‌ ଭାବେ ରହୁନାହିଁ। ଏପରିକି ବହୁତ ରୋଗୀଙ୍କ ତଥ୍ୟ ମଧ୍ୟ ସାମ୍ନାକୁ ଆସୁନାହିଁ। ଏହି ରୋଗକୁ ଶୀଘ୍ର ଚିହ୍ନଟ ସହ ଚିକିତ୍ସା କରିବା ପାଇଁ ସମସ୍ତ କର୍କଟ ରୋଗୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଉଚିତ। ସମସ୍ତ ହସ୍ପିଟାଲ, ପାଥୋଲୋଜିକାଲ୍‌, କ୍ଲିନିକାଲ୍‌ ଏବଂ ରେଡିଓଲୋଜିକାଲ୍‌ ଲାବ୍‌, ମେଡିକାଲ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ, ପାଲିଏଟିଭ୍‌ କେୟାର କର୍ତ୍ତୃପକ୍ଷ କର୍କଟ ରୋଗୀଙ୍କ ସମସ୍ତ ତଥ୍ୟ ଦେବାକୁ ବାଧ୍ୟ କରାଯାଇଛି। ସମସ୍ତ ଡାକ୍ତର, ପାଥୋଲୋଜିଷ୍ଟ, ହସ୍ପିଟାଲଗୁଡ଼ିକ ରୋଗ ଚିହ୍ନଟ ହେବାର ଦୁଇ ସପ୍ତାହ ମଧ୍ୟରେ ତଥ୍ୟ ଦେବାକୁ କୁହାଯାଇଛି। ବିଜ୍ଞପ୍ତି ଜାରି ହେବାଦିନଠାରୁ ଏହି ନିୟମକୁ ମାନିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button