ଆସନ୍ତା ଜାନୁଆରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା

କଟକ: ଆସନ୍ତା ଜାନୁଆରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା କରାଯିବ। ସହରବାସୀ ଜଳକ୍ରୀଡା ସହିତ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ବୋଟିଂ ଅଞ୍ଚଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚାରାରୋପଣ ସହ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ନିଖିଲ ପୱନ କଲ୍ୟାଣ ଏବଂ ଓଟିଡିସି ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଲୋକଙ୍କ ବସିବା କାଫେଟେରିଆ କରାଯିବ। ଏହି ଉନ୍ନତୀକରଣ କାର୍ଯ୍ୟ ଆସନ୍ତା ନଭେମ୍ବର ୧୫ ତାରିଖ ପରେ ଆରମ୍ଭ ହେବ। ଆସନ୍ତା ୧୦ ଦିନ ମଧ୍ୟରେ ପ୍ରକଳ୍ପର ବିସ୍ତୃତ ଡିଜାଇନ ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଖୁବ୍‌ଶୀଘ୍ର ପେଟାନାଳ ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ। ପେଟାନାଳ ପାର୍ଶ୍ୱରେ ଥିବା ସିଏମ୍‌ସିର ଭେଣ୍ଡିଂ ଜୋନ୍‌ ଖୋଲିବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ପରିବା ବ୍ୟବସାୟୀଙ୍କ ପାଇଁ ମାଲଗୋଦାମ ପାର୍ଶ୍ୱ ତାଳଦଣ୍ଡା କେନାଲ ନିକଟରେ ଅର୍ବାନ ହାଟ ନିର୍ମାଣ ଚାଲିଛି। ତାଳଦଣ୍ଡା କେନାଲ ପାର୍ଶ୍ୱ ନୂତନ ସ୍ଥାନରେ ଏହି ହାଟର ସମ୍ପ୍ରସାରଣ କାର୍ଯ୍ୟ କରାଯିବ। ଏଠାରେ ୨୫୦ ଜଣ ଅଧିକ ବ୍ୟବସାୟୀ ବ୍ୟବସାୟ କରିପାରିବେ। ଏହି ଆଲୋଚନାରେ ସିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି, ନିର୍ବାହୀଯନ୍ତ୍ରୀ ଦିବ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।

Related Articles

Back to top button