
କଳିଙ୍ଗ ଷ୍ଟାଡିୟମରେ ଆତଙ୍କୀ ମୁକାବିଲା ମକ୍ଡ୍ରିଲ୍
ଭୁବନେଶ୍ବର: ଆତଙ୍କୀଙ୍କ ମୁକାବିଲା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏକ ମିଳିତ ମକ୍ ଡ୍ରିଲ୍ ହୋଇଛି । 2023ରେ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍ ଆୟୋଜନ ହେବ । ଟୁର୍ଣ୍ଣାମେଣ୍ଟ ସମୟରେ ସୁରକ୍ଷା ରଣନୀତି ପ୍ରସ୍ତୁତ କରୁଛନ୍ତି NSG ଓ SOG ସହ CTS ଟ୍ରୁପ୍ । ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଟ୍ରୁପ୍ଙ୍କ ମିଳିତ ମକ୍ ଡ୍ରିଲ୍ କରାଯାଇଥିଲା ।

କମିଶନରେଟ ପୋଲିସ, SOG(Special Operation Group) , CTS(Counter Terrorist Squad), NSG(National Security Guard)କୁ ନେଇ ହୋଇଛି ମିଳିତ ମକ ଡ୍ରିଲ । ଆତଙ୍କୀ ଆକ୍ରମଣକୁ କିଭଳି ଚେକ୍ମେଟ୍ ଦିଆଯିବ ତାହାର ଅଭ୍ୟାସ କରାଯାଇଥିଲା । Local Intelligence ଓ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ଯବାନଙ୍କୁ ନେଇ ମୁକାବିଲା କରି ଦର୍ଶକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିବେ ସେନେଇ ହୋଇଛି ମକ୍ଡ୍ରିଲ୍ ।