ନବରାତ୍ର ଅବସରରେ ଦେବୀ ଭାଗବତ ପାରାୟଣ ସାଙ୍ଗକୁ କନ୍ୟା ପୂଜନ ଓ ଡାଣ୍ଡିଆ ଖେଳର ଆୟୋଜନ

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରଥମ ଥର ପାଇଁ କଂଗ୍ରେସ ଭବନ ପାକିଖ ସାମ୍ବାଦିକ ଭବନରେ ମା ଦେବୀ ଭାଗବତ ପାରାୟଣର ଆୟୋଜନ କରାଯାଇଥିଲା।ଏହି ମାସ ୧୫ ତାରିଖ ରୁ ଆରମ୍ଭ ହୋଇ ୨୧ ତାରିଖ ରେ ସମାପନ କରାଯାଇଥିଲା। ପ୍ରଥମ ଦିନରେ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବକ୍ତା ସ୍ବାମୀ ପ୍ରେମାନନ୍ଦ ସରସ୍ଵତୀ ଓ ମୁଖ୍ୟ ଅତିଥି ଭାବେ ପୁରୀ ଶ୍ରୀମନ୍ଦିରର ମା ସୁଭଦ୍ରାଙ୍କ ବାଡ଼ଗ୍ରାହି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା। ଭକ୍ତ ମାନେ ନିଜ ନିଜର ମନୋକାମନା ପୂରଣ ନିମନ୍ତେ କଳସ ଓ ଗୁଆ ସ୍ଥାପନ କରିଥିଲେ। ପ୍ରତିଦିନ ମାଙ୍କ ମହିମା ଉପରେ ଆଲୋଚନା ରଖୁଥିଲେ ସ୍ବାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ଵତୀ। ସବୁଦିନ ସଂଧ୍ୟା ୫ଟାରେ ସଙ୍କୀର୍ତ୍ତନ ସାଙ୍ଗକୁ ଭଜନ ଓ ପରେ ପରେ ପ୍ରବଚନ ଆରମ୍ଭ ହୋଇ ରାତ୍ରୀ ୯ଟା ସମୟରେ ଆରତୀ ରେ ସମାପନ ହେଉଥିଲା। ପରିଶେଷରେ ସମସ୍ତ ଶ୍ରଦ୍ଧାଳୁ ମାଙ୍କ ପ୍ରସାଦ ସେବନ କରି ତୃପ୍ତି ଅନୁଭବ କରୁଥିଲେ। ବିଶେଷ ଆକର୍ଷଣ ଥିଲା କନ୍ୟା ପୂଜନ ଓ ମାଆ ମାନଙ୍କର ଦାଣ୍ଡିଆ ନୃତ୍ୟ ପରିବେଷଣ।ଏଭଳି କାର୍ଯ୍ୟକ୍ରମକୁ ଲୋକମାନେ ବେଶ ଆଗ୍ରହର ସହିତ ଉପଭୋଗ କରୁଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର, ଉପାଧ୍ୟକ୍ଷ ଶ୍ରୀ ଦିଲ୍ଲିପ ପଟ୍ଟନାୟକ ଓ ରଞ୍ଜନ ସାମଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ ବିହାରୀ ସାହୁ ଏବଂ ମିଡ଼ିଆ ପ୍ରଭାରୀ ଶ୍ରୀଯୁକ୍ତ ମନୋଜ ରାଉଳ, ଶ୍ରୀନିବାସନ ରାଓ,ରାହୁଲ କୁମାର ପଲେଇ ଏବଂ ସୋନୁ ସାହୁ।

Related Articles

Back to top button